ଭିଜିଲାନ୍ସ ହାବୁଡ଼ରେ ପୌରପାଳିକା କର୍ମଚାରୀ

ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ରାଉରକେଲା, ୨୮/୧୧: ଭିଜିଲାନ୍ସ ହାବୁଡ଼ରେ ପୌରପାଳିକା କର୍ମଚାରୀ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଇନଫ୍ରାଷ୍ଟ୍ରକଚର ଏକ୍ସପର୍ଟ ବୈବସ୍ୱତ ମନୁ ରାଉତ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଆବାସ ଯୋଜନା (ସହରାଞ୍ଚଳ)ରେ ଘର ନିର୍ମାଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଅଢେ଼ଇ ଲକ୍ଷରୁ ବାକି ଦେଢ ଲକ୍ଷ ଟଙ୍କାର ବକେୟା ବିଲ୍‌ ପାସ୍‌ କରିବାରେ ସହାୟତା ପାଇଁ ଟଙ୍କା ନେଉଥିଲେ ବୋଲି ଅଭିଯୋଗ ରହିଛି। ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ରାଉରକେଲା ଭିଜିଲାନ୍ସ।