ମୁନିଗୁଡା, ୨୯/୧୧ (ରାଜୀବ ଲୋଚନ ଦାସ): ମୁନିଗୁଡାର ରେଞ୍ଜ କାର୍ଯ୍ୟାଳୟ ଟ୍ରେନିଂ ହଲ ପରିସରରେ ଗଜ ସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ରେଞ୍ଜର ପ୍ରବିଣ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ଅତିଥିଭାବେ ସହକାରୀ ବନ ସଂରକ୍ଷକ ସଚ୍ଚିଦାନନ୍ଦ ସେଠୀ, ଅବୈତନିକ ଜିଲ୍ଲା ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଗୌରାଙ୍ଗ ଚରଣ ରାଉତ, ବନ୍ୟପ୍ରାଣୀ ଗବେଷକ ଆକାଶ ପ୍ରଧାନ, ଗବେଷିକା ଆୟୁଷୀ ବନ୍ଦୋପାଧ୍ୟାୟ, କଲ୍ୟାଣସିଂପୁର ଫୋରେଷ୍ଟ ରେଞ୍ଜର ସଚିଦାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ତାଲିମ ଶିବିରକୁ ଉଦଘାଟନ କରିଥିଲେ। ପ୍ରଥମେ ସାମାଜିକ କର୍ମୀ ଦୋଳ ଗୋବିନ୍ଦ ନାୟକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ଅତିଥି ମାନେ ଉପସ୍ଥିତ ଗଜ ସାଥି ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଶିକ୍ଷକ ଭାବେ ଆକାଶ ପ୍ରଧାନ ଗଜ ସାଥୀ ମାନଙ୍କୁ ସେମାନଙ୍କ ମୌଳିକ ଦାୟିତ୍ଵ, ସୂଚନା ପ୍ରଦାନକାରୀଙ୍କ ଭୂମିକା, ଗଜସାଥୀ ଏବଂ ହାତୀ ମାନଙ୍କ ସହ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୁହିକ ପ୍ରୟାସ ଜରୁରୀ ଏଥିସହ ଧନ ଜୀବନର ନିରାପତ୍ତାକୁ ଶିବିରରେ ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ଦେଇଥିଲେ। ପ୍ରଶିକ୍ଷଣ ଶ୍ରୀ ପ୍ରଧାନ ତାଲିମ ବେଳେ ଗଜସାଥୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଗଜସାଥୀ ଲିଟୁ ମାଝୀ, ପବନ ଶବର, ସୋଭନା ହିକକା,ବି. ସଞ୍ଜୟ ରାଓ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ନିଜ ନିଜର ଅନୁଭୂତି ଗୁଡିକୁ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ତାଲିମ ଶିବିରରେ ରାୟଗଡ଼ା ଡିଭିଜନ ଅଧୀନରେ ଥିବା ମୁନିଗୁଡ଼ା, ଗୁଣପୁର, ଟିକିରି, କଲ୍ୟାଣସିଂପୁର, ରାୟଗଡ଼ା ସହ ଅନ୍ୟ ରେଞ୍ଜରୁ ପ୍ରାୟ ୧୫୦ ଜଣ ଗଜସାଥି ଅଂଶ ଗ୍ରହଣ କରି ତାଲିମ ନେଇଥିଲେ। ଏହି ଶିବିରରେ ଫୋରେଷ୍ଟ ଗାର୍ଡ ସୋନାଲି ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଅମ୍ବାଦଳା ଫୋରେଷ୍ଟର ମାଝୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଫୋରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗୀ, ରାକେଶ ପାତ୍ର,ଗିରି ପ୍ରଧାନୀ,ନମିତା ବିଡିକା, ଫୋରେଷ୍ଟ ଗାର୍ଡ କେ.ନବୀନ,ଭଗତରାଜ ରାଙ୍ଗୁଲି କର୍ମଚାରୀ ହରଦିପ ଦାସଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ।