ବାଲିଯାତ୍ରା ୨୦୨୬: ଓଡିଶୀ ନୃତ୍ୟରେ ମନ ମୋହିଲେ “ନୃତ୍ୟଶାଳା” କଟକର ଶିଳ୍ପୀକୁଳ

ହରିବୋଲ ହୁଳହୁଳିରେ କମ୍ପିଲା ମଞ୍ଚ

କଟକ, ୨୯/୧୧: ଐତିହାସିକ କଟକ ବାଲିଯାତ୍ରାର ଅକ୍ଷୟ ମହାନ୍ତି ମଞ୍ଚ, ସନ୍ଦ୍ୟା ଅବଗତ ପ୍ରାୟ । ଶଙ୍ଖ, ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଭେରୀ ତୁରୀରେ ମଞ୍ଚ କିଛି ସମୟ ପାଇଁ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ମଣୀବିମାନରେ ମଦନମୋହନଙ୍କ ନରେନ୍ଦ୍ର ଗମନର ଭ୍ରମ ସୃଷ୍ଟି କରିଥିଲା । ମଞ୍ଚ ସମୁଖରେ ଲକ୍ଷାଧିକ ଭକ୍ତ ହରିବୋଲ ହୁଳହୁଳି ଦେଉଥିବାବେଳେ ମଞ୍ଚରେ ନୃତ୍ୟ ପରିବେଷଣ କରୁଥିଲେ “ନୃତ୍ୟଶାଳା” ସଂସ୍କୃତି କେନ୍ଦ୍ର କଟକର ନୃତ୍ୟ ଶିଳ୍ପୀ ଶିଳ୍ପୀଗଣ। ସୁଵିକ୍ଷ୍ୟାତ ଆଧ୍ୟାତ୍ମାବାଦୀ ଖ୍ୟାତିସମ୍ପନ୍ନ ଅନ୍ତରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରାଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ଓ ଛାତ୍ରୀଙ୍କ ଦ୍ୱାରା ଓଡିଶୀ ନୃତ୍ୟରେ ସରସ୍ବତୀ ବନ୍ଦନା ପରେ ଶ୍ରୀଗୋବିନ୍ଦଙ୍କ ମଣୀବିମାନରେ ଚନ୍ଦନ ପୁଷ୍କରିଣୀକୁ ଯିବାର ଓ ବଡଦାଣ୍ଡର ଅପୂର୍ବ ଶୋଭାକୁ ଅତି ନିଖୁଣ ଭାବରେ ଅତିବ ଭକ୍ତି ଭାବପନ୍ନ ଲାବଣ୍ୟ ନୃତ୍ୟରେ ସଜେଇ ଥିଲେ ଡ଼କ୍ଟର ଚିତ୍ତରଞ୍ଜନଙ୍କ ସହ ଛାତ୍ରୀ ଗଣ ଯଥା ଆଦ୍ୟାଶା ଆନନ୍ଦିତା ସେନାପତି,ଯଶସ୍ୱିନୀ ସ୍ୱାଇଁ,ଶ୍ରେୟା ମିଶ୍ର, ବୈଷ୍ଣବୀ ସାହୁ,ସୁପ୍ରଭା ପ୍ରଧାନ, ଆଦ୍ୟାଶା ବସନ୍ତରାୟ, ଦିବ୍ୟାଶା ମହାପାତ୍ର, ଅଭିଲିପ୍ସା ସେଠୀ, କ୍ରିତ୍ତିକା ମହାନ୍ତି, ସାଇ ସୁଧା ସାହୁ, ତନିସ୍କା ଅଗ୍ରୱାଲ। ମଞ୍ଚରେ ଉଦଘୋଷିକା ଆର. ଜେ ସ୍ଵାତିଙ୍କ ତତ୍ତ୍ୱ ଭାବପନ୍ନ ଶବ୍ଦ ସଂଯୋଜନା କିଛି ସମୟ ପାଇଁ ଭକ୍ତିମୟ ପରିବେଶ କରି ଗଢି ତୋଳିଥିଲାବେଳେ ଡମପଡା ତହସିଲଦାର ଶ୍ରୀଯୁକ୍ତ ଶ୍ରୀନିବାସ ମହାରଣା ନୃତ୍ୟଶିଳ୍ପୀ ସମୁହଙ୍କୁ ବାଲିଯାତ୍ରା ୨୦୨୬ର ସ୍ମୃତିଫଳକ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।