ବିଜେପି ଯୁବ ନେତାଙ୍କୁ ମରଣାନ୍ତକ ଆକ୍ରମଣ

ମା’ଙ୍କ ସହ ଯିବା ବେଳେ ଆକ୍ରମଣ, ମୁଣ୍ଡରେ ଗଭୀର ଆଘାତ

ଗଞ୍ଜାମ, ୨୯/୧୧: ଗଞ୍ଜାମ ଜିଲ୍ଲାରେ ବିଜେପିର ଜଣେ ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ରଘୁନାଥପଲି ଅଞ୍ଚଳରେ ବିଜେପି ଏସ୍‌ସି ଯୁବମୋର୍ଚ୍ଚାର ଅଧ୍ୟକ୍ଷଙ୍କ ଉପରେ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରାଯାଇ ପୋଲସରା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବିଜେପି ଯୁବନେତା ଜଣକ ନିଜ ମା’ଙ୍କ ସହ କୌଣସି କାମରେ ଯାଉଥିବା ସମୟରେ ହଠାତ୍ ୩ରୁ ୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଘଟଣା ପରେ ଆହତ ଯୁବନେତାଙ୍କୁ ତୁରନ୍ତ ପୋଲସରା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ତେବେ କେଉଁ କାରଣରୁ ଏହି ଆକ୍ରମଣ ହୋଇଛି, ଏହା ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ତାହା ଜଣାପଡିନାହିଁ।