ଭୁବନେଶ୍ୱର, ୨୯/୧୧: ପାଞ୍ଚ ଦିନ ଧରି ଚାଲିଥିବା ଖଦି ଓ ଏମଏସଏମଇ ଏକ୍ସପୋ- ୨୦୨୬ ଆଜି ଶେଷ ହୋଇଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଯୋଗ ଦେଇ କହିଛନ୍ତି, ଷ୍ଟାର୍ଟ ଅପ ପାଇଁ ନୂଆ ଆଇଡିଆ, ଉତ୍ପାଦର ବିକ୍ରି ପାଇଁ ବଜାର ସଂଯୋଗ, ବ୍ରାଣ୍ଡିଂ ନିଜ ଉତ୍ପାଦ ଓ ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଏହି ଏକ୍ସପୋ ଏକ ସୁନ୍ଦର ପ୍ଲାଟଫର୍ମ ।
ଏହି ଏକ୍ସପୋରେ ମୋଟ ୧୮୦ଟି ଷ୍ଟଲ ଖୋଲିଥିଲା । ମୋଟ ଏକ କୋଟି ୯ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି । ବିଭିନ୍ନ ବର୍ଗରେ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରତ୍ୟେକ ଦିନ ସେମିନାର ଆୟୋଜନ ହୋଇଥିବା ବେଳେ ଖଦି ଓ ଗ୍ରାମଦ୍ୟୋଗ ପକ୍ଷରୁ ଲାଇଭ ଡେମନଷ୍ଟ୍ରେସନ ଆୟୋଜନ କରାଯାଇଥିଲା ।
ଉଦଯାପନୀ ସମାରୋହରେ ଷ୍ଟାର୍ଟ ଅପ ଓଡ଼ିଶାର ସିଇଓ ସ୍ମୃତି ରଞ୍ଜନ ପ୍ରଧାନ, ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ସଚିବ ଗଦାଧର ପାତ୍ର, ଡିଇପିଏମ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁଜୁର ପ୍ରମୁଖ ଉପସ୍ଥିତ ଥିଲେ ।