ଭାରତ ମସଲା ଷ୍ଟଲ୍ରେ ଗ୍ରାହକଙ୍କ ପ୍ରବଳ ଭିଡ଼
ଲକି ଡ୍ର ବିଜେତାଙ୍କୁ ପୁରସ୍କାର, ଯିଏ କିଣିଲା ତା ହାତରେ ନିଶ୍ଚିତ ଉପହାର
କଟକ, ୨୯।୧୧: ଐତିହାସିକ ବାଲିଯାତ୍ରାରେ ଭାରତ ମସଲାର ଷ୍ଟଲ୍ ଗ୍ରାହକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଆକର୍ଷଣୀୟ ଅଫର୍, ନିଶ୍ଚିତ ଉପହାର ଓ ଲକି ଡ୍ରରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ଯୋଗୁଁ ଷ୍ଟଲ୍ରେ ପ୍ରତିଦିନ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି। ଏଥିସହ ଲକି ଡ୍ରର ଭାଗ୍ୟଶାଳୀ ବିଜେତାଙ୍କ ସହ ମସଲା କିଣୁଥିବା ଗ୍ରାହକମାନେ ମଧ୍ୟ ନିଶ୍ଚିତ ଉପହାର ପାଇ ଖୁସିବ୍ୟକ୍ତ କରୁଛନ୍ତି।
ଏହି କ୍ରମରେ ନଭେମ୍ବର ୨୮ ତାରିଖରେ ଆୟୋଜିତ ଲକି ଡ୍ରର ଚତୁର୍ଥ ଦିନର ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା ସହ ପୁରସ୍କାର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ କଟକର ଅତିରିକ୍ତ ଜିଲ୍ଲାପାଳ କମଳଜିତ ଦାସ ମୁଖ୍ୟ ଅତିଥି ଏବଂ ଡିଆଇପିଆରଓ ସ୍ୱାଗତିକା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଚତୁର୍ଥ ଦିନର ଲକି ଡ୍ରରେ କଟକ ଫ୍ରେଣ୍ଡସ୍ କଲୋନୀର ଅଶୋକ କୁମାର ନାୟକ ପ୍ରଥମ ପୁରସ୍କାର ସ୍ୱରୂପ ଟ୍ରଲି ବ୍ୟାଗ୍ ଜିତିଥିବାବେଳେ ସିଡିଏ ସେକ୍ଟର-୧୩ର ସଙ୍ଗୀତା ପାଣି ଦ୍ୱିତୀୟ ପୁରସ୍କାର ଭାକ୍ୟୁମ୍ କ୍ଲିନର୍ ପାଇଥିଲେ। ସେହିପରି ଭରତପୁର ଜିଏ କଲୋନୀର ଅମିତ କୁମାର ଦାସ ତୃତୀୟ ପୁରସ୍କାର ଇଣ୍ଡକ୍ସନ ଚୁଲା ଏବଂ କଟକ ମଙ୍ଗୁଳିର ତୌସିଫ୍ ଖାନ୍ ଚତୁର୍ଥ ପୁରସ୍କାର ଫ୍ରାଏଂ ପ୍ୟାନ୍ ହାସଲ କରିଥିଲେ।
ଗ୍ରାହକଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଭାରତ ମସଲା ପକ୍ଷରୁ ଚଳିତବର୍ଷ ସ୍ୱତନ୍ତ୍ର ଅଫର୍ ଘୋଷଣା କରାଯାଇଛି। ଗୋଟିଏ ମସଲା କିଣିଲେ ଗୋଟିଏ ମାଗଣା ମିଳୁଥିବାବେଳେ ୩୦୦ ଟଙ୍କାର ମସଲା କିଣାକିଣି ଉପରେ ଗ୍ରାହକଙ୍କୁ ମିଳୁଛି ଏକ ସୁନିଶ୍ଚିତ ଉପହାର। ଅନ୍ୟପକ୍ଷରେ ୧୦୦୦ ଟଙ୍କାର ମସଲା କିଣିଲେ ଲକି ଡ୍ର କୁପନ୍ ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି। ଏହି ଅଭିନବ ଗ୍ରାହକ ଯୋଜନା ବାଲିଯାତ୍ରାରେ ଭାରତ ମସଲାର ଷ୍ଟଲ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ଏହି କାର୍ଯ୍ୟକ୍ରମରେ ଭାରତ ମସଲାର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ସ୍ତୁତିସୌମ୍ୟା ପଣ୍ଡା, ଏସ୍ଏନ୍ ମିଲେନିୟମ୍ର ଜିଏମ୍ ବିପିନ ରାଉତ, ଜିଏମ୍ ଅପରେସନ୍ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ୍ ନବକୃଷ୍ଣ ପ୍ରଧାନଙ୍କ ସମେତ କମ୍ପାନୀର ବହୁ କର୍ମଚାରୀ ଉପସ୍ଥିତ ଥିଲେ।