ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନଙ୍କ ବୈଠକ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତାକୁ ଗାଁ ଗାଁ ଓ ଘରେ ଘରେ ପହଂଚାଇବା ହେବ ମୂଳ ଉଦ୍ଦେଶ୍ୟ

ଡିସେମ୍ବର ୧ରୁ ୨୫ ପର୍ଯ୍ୟନ୍ତ ‘ସେବାଦୂତ ଅଭିଯାନ’ : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର, ୨୯/୧୧: ପ୍ରତିମାସ ପରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ଜିଲ୍ଲାର ପ୍ରଭାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗତ ମାସର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନାର ସମୀକ୍ଷା କରାଯିବା ସହ ଆଗାମୀ ଯୋଜନାର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ବୈଠକ ସଂପର୍କରେ ସୁଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ତରଫରୁ ଡିସେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶେଷ ‘ସେବାଦୂତ ଅଭିଯାନ’ ଚାଲିବ । ପାର୍ଟିର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ବିଭିନ୍ନ ବିଧାନସଭାରେ ୨୫ ଦିନ ସମ୍ପୂର୍ଣ୍ଣ ସମୟ ଦେଇ ଉକ୍ତ ଅଂଚଳରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ କରିବେ । ଏହି ଅବସରରେ ଦଳର ବରିଷ୍ଠ କାର୍ଯ୍ୟକର୍ତାମାନେ ବିଭିନ୍ନ ବିଧାନସଭାର ଶକ୍ତିକେନ୍ଦ୍ର ଏବଂ ବୁଥ୍‌ସ୍ତର ପର୍ଯ୍ୟନ୍ତ ଗସ୍ତ କରି ଉକ୍ତ ଜାଗାର ରାଜନୈତିକ ପରିସ୍ଥିତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷୟରେ ଅନୁ୍‌ଧ୍ୟାନ କରିବା ସହ ଦଳ ପକ୍ଷରୁ ନିର୍ଦ୍ଧାରିତ ସେବା କାର୍ଯ୍ୟକ୍ରମ ସମ୍ପନ୍ନ କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳତାକୁ ଗାଁ ଗାଁ ଓ ଘରେ ଘରେ ପହଂଚାଇବା ହେବ ମୂଳ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ ପାର୍ଟିର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସକ୍ରିୟ ଯୋଗଦାନ ରହିବ । ଏହି କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ଆଜିର ବୈଠକରେ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ବୈଠକରେ ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ, ରାଜ୍ୟ ପଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।

ଅପରାହ୍ନରେ ଅନୁଷ୍ଠିତ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ସହ ସଙ୍ଗଠନ ମନ୍ତ୍ରୀ ଶ୍ରୀ ସୌଦାନ ସିଂ, ରାଜ୍ୟ ସହପ୍ରଭାରୀ ଡ. ସ୍ୱଦେଶ ସିଂହ ଓ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।