୪ରେ ପୁଣି ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ପ୍ରଭାବରୁ ରାଜ୍ୟରେ ଏବେ ଝିପିଝିପି ବର୍ଷା ହୋଇପାରେ । କିନ୍ତୁ ବଡ଼ ବର୍ଷା ନାହିଁ। ଏଥର ରଥଯାତ୍ରାରେ ପ୍ରବଳ ଜନସମାଗମ ହେବ । ବର୍ଷା ସମ୍ଭାବନା କମ୍‌ ଥିବାରୁ ଭୀଷଣ ଗରମ ଓ ଗୁଳୁଗୁଳି ଭକ୍ତଙ୍କୁ ଅସ୍ତବ୍ୟସ୍ତ କରିବ।

ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଭଲ ବର୍ଷା ନାହିଁ । କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ । ରଥଯାତ୍ରାରେ ମୌସୁମୀ ପ୍ରଭାବରୁ ସାମାନ୍ୟ ବର୍ଷା ହୋଇପାରେ । କିନ୍ତୁ ଲଗାଣ ବର୍ଷା ହେବାର ସମ୍ଭାବନା ନାହିଁ । ଉତ୍ତର ଓଡିଶାରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୪ ତାରିଖରେ ଲଘୁଚାପର ରୂପ ନେଇପାରେ ।

ତେବେ ଆସନ୍ତା ୩୦ରୁ ୩ ତାରିଖ ଯାଏ ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୦ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।