ରଥଯାତ୍ରା ପାଇଁ ପୁରୀରେ ଟ୍ରାଫିକ ବ୍ୟବସ୍ଥା କଡାକଡି

ପୁରୀ: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥଖଳାକୁ ଆଜ୍ଞାମାଳ ବିଜେ ହେବା ପରେ ତିନୋଟି ଯାକ ରଥ ଏବେ ସିଂହଦ୍ୱାର ମୁହଁରେ ପହଞ୍ଚିଛି । ତେବେ ଆସନ୍ତୁ ଜାଣିବା ରଥଯାତ୍ରା ପାଇଁ କିପରି ହୋଇଛି ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ।

୧- ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍ ଗୁଡ଼ିକ ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ଓ ଯିବା ଆସିବା କରିବେ।

୨- ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ ଓ ଯିବା ଆସିବା କରିବେ।

୩- ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ପାର୍କିଂ କରିବେ।

୪- ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମଙ୍ଗଳାଘାଟ ବାଇପାସ୍ ଦେଇ ଫ୍ଲୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ।

୫- କୋଣାର୍କରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ଗ୍ରୀଡ୍ ଷ୍ଟେସନ ଦେଇ ଆଇଟିଆଇ, ଭୂଦାନ୍ ଓ ଇନଡୋର ଷ୍ଟାଡିୟମରେ ପାର୍କିଂ କରିବେ।