ନୂଆଦିଲ୍ଲୀ: ଚୀନରେ ଗଲା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ। ତାମିଲନାଡୁର ଜଣେ ୨୨ବର୍ଷୀୟ ଭାରତୀୟ ଛାତ୍ର ଗତ ପାଞ୍ଚ ବର୍ଷ ଧରି ଚାଇନାରେ ଡାକ୍ତରୀ ପଢ଼ୁଥିଲେ। ପାଠ ପଢ଼ା ଶେଷ ହେବା ପରେ ସେ ଇଣ୍ଟର୍ନସିପ୍ ଆରମ୍ଭ କରିଥିଲେ। ହେଲେ ଏହାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ତାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛନ୍ତି। ମୃତକଙ୍କ ନାଁ ହେଲା ଅବଦୁଲ ଶେଖ।
ସୂଚନା ମୁତାବକ, ଡାକ୍ତରୀ ପଢ଼ା ଶେଷ ହେବା ପରେ ଇଣ୍ଟର୍ନସିପ୍ ଆରମ୍ଭ କରିବା ପୂର୍ବରୁ ଘରକୁ ବୁଲିବାକୁ ଆସିଥିଲେ ଅବଦୁଲ। କିଛି ଦିନ ରହିବା ପରେ ସେ ଡିସେମ୍ବର ୧୧ରେ ପୁଣି ଥରେ ଚୀନକୁ ଯାଇଥିଲେ। କରୋନା ସଂକ୍ରମଣ ବଢ଼ୁଥିବାରୁ ଚାଇନାରେ ପହଞ୍ଚିବା ପରେ ଆଠ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟାଇନରେ ରହିଥିଲେ ଅବଦୁଲ। ଏହା ପରେ ସେ ଉତ୍ତର-ପୂର୍ବ ଚୀନ୍ର ହେଇଲୋଙ୍ଗଜିଆଙ୍ଗ ପ୍ରଦେଶର କିକିହାର ମେଡିକାଲ ୟୁନିଭରସିଟିରେ ଇଣ୍ଟର୍ନସିପ୍ ଆରମ୍ଭ କରିଥିଲେ।