ନକଲି ସୁନାଚେକା ଦେଇ ଦମ୍ପତିଙ୍କଠୁ ୩ ଲକ୍ଷ ଟଙ୍କା ଲୁଟ୍

ନକଲି ସୁନାଚେକା ଦେଇ ଦମ୍ପତିଙ୍କଠୁ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଅଣଓଡ଼ିଆ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଲୁଟ୍‌ର ଶିକାର ଦମ୍ପତି ହେଉଛନ୍ତି, ଛତ୍ରପୁର ଶାନ୍ତିନଗରର ବିଜୟ କୁମାର ସାମନ୍ତରାୟ ଓ ପତ୍ନୀ ରୀନା।

ସୂଚନାନୁସାରେ, ଗତ ୧୫ ଦିନ ହେଲା ବଙ୍ଗାଳି ଭାଷା କହୁଥିବା ଜଣେ ଯୁବକ ସାହିକୁ ପ୍ରତିଦିନ ପନିପରିବା ବିକ୍ରି କରିବାକୁ ଆସି ଦମ୍ପତିଙ୍କ ସହିତ ପରିଚୟ ସୃଷ୍ଟି କରିଥିଲା। କିଛିଦିନ ତଳେ ସେ ଦମ୍ପତିଙ୍କ ସହ କଥା ହେବା ବେଳେ କହିଥିଲା ‘ମୋର ଜଣେ ସଂପର୍କୀୟ ବ୍ରହ୍ମପୁରରେ ଘର କାମ ପାଇଁ ପୁନାଦି ଖୋଳିବା ସମୟରେ ଗୋଟିଏ ସୁନାଚେକା ମିଳିଥିଲା। ଯାହାର ମୂଲ୍ୟ ୫ରୁ ୬ ଲକ୍ଷ ଟଙ୍କା ହେବ। ଯଦି ଆପଣମାନେ କହିବେ, ତା’ହେଲେ ମୁଁ କମ୍ ମୂଲ୍ୟରେ ଆପଣମାନଙ୍କୁ ଦେଇଦେବି’।