ବିଜେବି କଲେଜରେ ଯୁକ୍ତ ୨ ଛାତ୍ରକୁ ମାଡ଼ମାରିବା ଘଟଣା: ୪ ଛାତ୍ର ନିଲମ୍ବିତ

ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) କଲେଜରେ ଯୁକ୍ତ ୨ ଛାତ୍ରକୁ ମାଡ଼ମାରିବା ଘଟଣାରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ ଜଣ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଛାତ୍ରମାନେ ହେଲେ ପ୍ରିୟରଂଜନ ଭୋଇ (ରୋଲ ନମ୍ବର ଆଇଏ୨୧-୫୧୪), ସୂର୍ଯ୍ୟକାନ୍ତ ସେଠୀ (ରୋଲ ନମ୍ବର ଆଇଏ୨୧-୨୪୯), ଚିନ୍ମୟ ବେହେରା (ରୋଲ ନମ୍ବର ଆଇଏ୨୧-୫୫୦) ଓ ବିକାଶ କୁମାର ଦାସ (ରୋଲ ନମ୍ବର ଆଇଏ୨୨-୨୦୮)।

ଉପରୋକ୍ତ ୪ ଜଣ ଛାତ୍ରଙ୍କ ନିଲମ୍ବନ ନେଇ ବିଜେବି ପରିସରରେ ନୋଟିସ ଲାଗିଛି। ପୂର୍ବରୁ ୪ ଜଣଙ୍କୁ ଗିରଫ ନେଇ ପୁଲିସ ଘୋଷଣା କରିଥିଲା। ଗିରଫ ମାନଙ୍କ ମଧ୍ୟରେ ୩ ନାବାଳକ ଓ ଜଣେ ସାବାଳକ। ୩ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଗାଯାଇଛି। ପ୍ରେମ ସମ୍ପର୍କକୁ ନେଇ ବୁଧବାର ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।