ପୁରସ୍କାର ଘୋଷିତ ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୩ ଜଣ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସୁନୀଲ ଶର୍ମା ସହ ସିଆରପିଏଫ କମାଣ୍ଡାଣ୍ଟ ପ୍ରମୁଖ ଉପସ୍ଥିତ ରହିଥିଲେ। ଛତିଶଗଡ଼ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥି ଥଇଥାନ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ମାଓବାଦୀମାନେ ଅନୁପ୍ରାଣିତ ହୋଇ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କିଷ୍ଟରାମ ଏରିଆ କମିଟିର ଡିକେଏମଏସ ଅଧ୍ୟକ୍ଷ ମାଡବୀ ବୁଦୁରା, କମାଣ୍ଡର ବେଟ୍ଟି ଜଗା ଏବଂ ଡିକେଏମଏସ ଉପାଧ୍ୟକ୍ଷ ମାଡବୀ ଜଗା। ମାଡବୀ ବୁଦୁରା ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିବା ବେଳେ ବେଟ୍ଟି ଜଗା ନାମରେ ୩ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ।