ଦେଶର ଶ୍ରେଷ୍ଠ ୩ରେ ସ୍ଥାନ ପାଇଲା ଆସିକା ଆଦର୍ଶ ଥାନା, ଜାନୁଆରି ୨୦ରେ ମିଳିବ ପୁରସ୍କାର

ଆସିକା: କେନ୍ଦ୍ର ଗୃହ ମନ୍ତ୍ରାଳୟର ସର୍ଭେରେ ଗଞ୍ଜାମ ଜିଲ୍ଲା ଆସିକା ଆଦର୍ଶ ଥାନା ସର୍ବଭାତୀୟ ସ୍ତରରେ ସୁନାମ ଆଣିଛି। ଦେଶର ପ୍ରଥମ ୩ଟି ସ୍ଥାନରେ ଆସିକା ଥାନା ସାମିଲ ହୋଇଛି। ଓଡ଼ିଶା ପୁଲିସ ଇତିହାସରେ ଓଡ଼ିଶାରୁ ପ୍ରଥମ ଥର ପାଇଁ ଆସିକା ଥାନା ଏହି ସଫଳତା ପାଇଛି। ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ସେବା ପ୍ରଦାନରେ ନିଷ୍ଠା, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଜନତାଙ୍କୁ ବ୍ୟବହାର ପ୍ରଦର୍ଶନ, କର୍ତ୍ତବ୍ୟ ପ୍ରତିବଦ୍ଧତା, ଦଣ୍ଡବିଧାନ, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ପରିବର୍ତ୍ତନ ଏବଂ ସମୟସୀମା ପାଳନ, ଇତ୍ୟାଦି ୧୬୫ଟି ବିଷୟରେ ଉତ୍ତମ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଛି।