ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଆପଣମାନେ ସମସ୍ତେ ଜାଣନ୍ତି ଯେ, ଓମିକ୍ରନ୍‌ର ୨ଟି‌ ଷ୍ଟ୍ରେନ୍‌ ‘ବିଏଫ୍‌ ୭ ଓ ଏକ୍ସବିବି ୧.୫’ ଚୀନ, ଜାପାନ, ହଙ୍ଗକଙ୍ଗ, ଥାଇଲାଣ୍ଡ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଆମେରିକା, ୟୁରୋପ, ଜର୍ମାନି, ଫ୍ରାନ୍ସ , ଅଷ୍ଟ୍ରେଲିଆରେ ବଢ଼ିଚାଲିଛି। ଅନ୍ୟ ଦେଶକୁ ଏହା ବିପଦ ଆଣୁଛି। ଗୋଟିଏ ଭୂତାଣୁ ବଞ୍ଚି ରହିବା ପାଇଁ ବାରମ୍ବାର ରୂପ ପରିବର୍ତ୍ତନ କରିଥାଏ। ତାକୁ ଆମେ ଡରିବା କି ନାହିଁ, ତାହା ହେଉଛି ପ୍ରଶ୍ନ। ବର୍ତ୍ତମାନ ବିଶ୍ବରେ ଦୈନିକ ହାରାହାରି ୩ରୁ ୫ ଲକ୍ଷ ଚିହ୍ନଟ ହେଉଛନ୍ତି। କଟକ ବଡ଼ଡାକ୍ତରଖାନାର ପ୍ରଫେସର ଜୟନ୍ତ ପଣ୍ଡା ଏହା କହିଛନ୍ତି। ଭାରତରେ ଆଜି ମାତ୍ର ୧୮୫ ଜଣ କୋଭିଡ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏମାନେ କେହିବି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି। ଅର୍ଥାତ ଲକ୍ଷଣ ଦେଖାଯାଉଥିବା ସଂକ୍ରମିତ। ଲୋକେ ନିଜ ଭୁଲ ଯୋଗୁଁ ଏମାନେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ୬୦୦୦ରୁ ଊର୍ଦ୍ଧ୍ବ କୋଭିଡ ଟେଷ୍ଟ କଲେ ମାତ୍ର ଗୋଟିଏ ୨ଟି ସଂକ୍ରମିତ ଦେଖିବାକୁ ମିଳୁଛି। ଏସ୍‌ସିବି ମେଡିକାଲରେ ୨ ମାସ ଭିତରେ କୋଭିଡ ରୋଗୀ ନାହାନ୍ତି କି ପଜିଟିଭ ଚିହ୍ନଟ ହେଉ ନାହାନ୍ତି। ଓଡ଼ିଶାରେ କୋଭିଡ ପଜିଟିଭ୍‌ ହାର ଦୈନିକ ୦.୦୧ ପ୍ରତିଶତ। ସେହିଭଳି ସାପ୍ତାହିକ ୦.୧୨ ପ୍ରତିଶତ ସାପ୍ତାହିକ। ତେଣୁ କୁହାଯାଇ ପାରିବ ଯେ, ଓଡ଼ିଶା ପାଇଁ କୋଭିଡ ବିପଦ ନାହିଁ।