ବାଇକରୁ ଖସି ବସ୍ ଚକା ତଳେ ଚାପିହୋଇଗଲେ ମହିଳା

ମୃତ୍ୟୁ କେତେବେଳେ କେଉଁ ସମୟରେ ଆସେ କଳନା କରିବା ସମ୍ଭବ ନୁହେଁ। ବାଇକରୁ ଖସିପଡ଼ି ବସ୍ ଚକା ତଳେ ଚାପିହୋଇ ମୃତ୍ୟୁ ହେବା ଭଳି ଏକ ଦୁଃର୍ଭାଗ୍ୟ ପୂର୍ଣ୍ଣ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଞ୍ଚଳରେ। ମୃତକ ହେଲେ କୁନ୍ତଳା ନାୟଗ (୫୦)।

ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ପାଣ୍ଡ୍ରିପାଣି ଗ୍ରାମର ଶିବରାମ ନାୟକ ନିଜ ଭାଉଜ କୁନ୍ତଳା ନାୟକ ଏବଂ ଝିଆରୀକୁ ବାଇକରେ ବସେଇ ମାଥିଲି ଯିବା ପାଇଁ ବାହାରିଥିଲେ। ତେବେ ଚିପାକୁର ପଞ୍ଚାୟତ ଅନ୍ତର୍ଗତ ପାଙ୍ଗଣପାଣି ଘାଟିରେ ଜୟପୁରରୁ ଚିପାକୁର ଯାଉଥିବା ଏକ ଘରୋଇ ବସକୁ ରାସ୍ତା ଦେବାକୁ ଯାଇ ରାସ୍ତା କଡ଼ରେ ରହିଥିବା ମାଟି ଗଦା ଉପରେ ଚଢ଼େଇ ଦେବା ଫଳରେ କୁନ୍ତଳା ବାଇକରୁ ଖସି ପଡ଼ିଥିଲେ। ଯାହାଫଳରେ ବସର ପଛ ଚକା ତଳେ ଚାପି ହୋଇଯିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।