୫୫ଯାତ୍ରୀଙ୍କୁ ବସରେ ଛାଡ଼ି ଚାଲିଯିବା ଘଟଣା: ଭାରତର ‌‌ଯେକୌଣସି ସ୍ଥାନକୁ ଯିବା ପାଇଁ ମାଗଣା ଟିକେଟ ଦେବ ଗୋ ଫାଷ୍ଟ୍

ଆଜି ବେଙ୍ଗାଲୁରୁ‌ରେ ଏକ ଅଜବ ଘଟଣା ଘଟିଥିଲା। ଯାତ୍ରା ପାଇଁ ବସରେ ବସିଥିବା  ପ୍ରାୟ ୫୫ଯାତ୍ରୀଙ୍କୁ ନ ନେଇ ଗୋ ଫାଷ୍ଟର ଏକ ବିମାନ ଗନ୍ତବ୍ୟସ୍ଥଳକୁ ଉଡ଼ାଣ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗୋ ଫାଷ୍ଟ୍‌ ସଂସ୍ଥାକୁ କୈଫିୟତ୍ ମାଗିଛି ବେସାମରିକ ବିମ‌ାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)। ତେବେ ଏହାକୁ ନେଇ ଗୋ ଫାଷ୍ଟ୍‌ ସମାଲୋଚିତ ହେବା ପରେ କ୍ଷତିପୂରଣ ପାଇଁ କମ୍ପାନି ଏକ ବଡ଼ ଘୋଷଣା କରିଛି।

ଗୋ ଫାଷ୍ଟ୍‌ ଏୟାରଲାଇନ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନେ ବସରେ ରହିଯାଇଥିଲେ ସେମାନଙ୍କୁ କ୍ଷତିପୂରଣ ଆକାରରେ ଗୋଟିଏ ଲେଖାଏଁ ମାଗଣା ଟିକେଟ ଦିଆଯିବ। ମାଗଣାରେ ଟିକେଟ ବୁକ୍ କରି ସେମାନେ ଭାରତର ‌ଯେକୌଣସି ସ୍ଥାନକୁ ଯାଇପାରିବେ। ଗୋ ଫାଷ୍ଟ୍‌ ଏହି ଘଟଣା ପାଇଁ କ୍ଷମା ମାଗି ପ୍ରଭାବିତ ଯାତ୍ରୀମାନଙ୍କୁ ଆସନ୍ତା ବର୍ଷ ମଧ୍ୟରେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ଗୋଟିଏ ମାଗଣା ଟିକେଟ ପ୍ରଦାନ କରିଛି। ଏହା ସହ ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ସାମୟିକ ଭାବେ କାମରୁ ହଟାଯାଇଛି ବୋଲି କମ୍ପାନି ପକ୍ଷରୁ ବିବୃତି ଜାରି କରାଯାଇଛି।