ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତା କାମ କରୁଛି

ସ୍ବର୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କ ଝିଅ ଦିପାଳୀ ଦାସ ପୂରଣ କରିଛନ୍ତି। ସେ ଝାରସୁଗୁଡ଼ାବାସୀଙ୍କ ପାଇଁ ଆଜି ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି। ସ୍ଥାନୀୟ ମଙ୍ଗଳବଜାର ଅଡିଟୋରିୟମ୍ନ‌ ଆମ୍ବୁଲାନ୍ସ ସେବା ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରସିଂହ ବିଷ୍ଣୁ ପ୍ରିୟା ଟ୍ରଷ୍ଟର ଟ୍ରଷ୍ଟି ଦିପାଳୀ ଦାସ ଯୋଗ ଦେଇ ଆମ୍ବୁଲାନ୍ସକୁ ଶୁଭାରମ୍ଭ କରିବା ସହିତ ଖିଦମତ କମିଟିକୁ ପରିଚାଳନା କରିବା ପାଇଁ ସମର୍ପିତ କରିଛନ୍ତି। ଏହି ଅବସରରେ ଦୀପାଳି ଦାସ କହିଛନ୍ତି, ନବ ଦାସ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ  ତଦନ୍ତ ଜାରି ରଖିଛି। କ୍ରାଇମବ୍ରାଞ୍ଚ ତା କାମ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଏହି ବିଷୟରେ କିଛି କହିହେବ। କ୍ରାଇମବ୍ରାଞ୍ଚକୁ ତା କାମ କରିବା କୁ ଦିଅନ୍ତୁ।