ଟଙ୍କା ପାଇଁ ସାଙ୍ଗକୁ ହତ୍ୟା ଘଟଣା: ହତ୍ୟାକାରୀକୁ ଆଜୀବନ

ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିବା ଜଣେ ଯୁବକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଏହି ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍‌ ଚଉରଡିହ ଗାଁର ପ୍ରଶାନ୍ତ ସାହୁ ଓରଫ ବିକି(୩୫)କୁ ଆଜୀବନ କାରାଦଣ୍ଡାଦେଶ କରିବା ସହ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରଂଜିତା ଜ୍ୟୋତିଷୀ ଏହି ମାମଲାର ବିଚାର କରି ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଚଉରଡିହ ଗାଁର ପ୍ରଦ୍ୟୁମ୍ନ ସାହୁଙ୍କ ମୃତଦେହ ଗତ ୨୦୧୦ ମସିହା ସେପ୍ଟେମ୍ବର ୬ ତାରିଖରେ ଗୋତମରା ଗାଁ ବୁଦ୍ଧିଆବନ୍ଧରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ୩ ଦିନ ଆଗରୁ ସେ ନିଖୋଜ ଥିଲାବେଳେ ପୋଖରୀରୁ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।