ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲା: ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମୋଦନ ଆଣିବାକୁ ହାଇକୋର୍ଟଙ୍କ ନିର୍ଦେଶ

ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବନଜା ପଣ୍ଡା ନ୍ୟାୟ ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରିର ତତ୍କାଳୀନ ଏସପି ରିଷିକେଶ ଦୟାନିଧି ଖିଲାରି, ଆଇଆଇସି ରାମ ପ୍ରସାଦ ନାଗ, ଆଇଆଇସି ସୌମ୍ୟ ଶେଖରର ତ୍ରିପାଠୀ ଏବଂ ଅନ୍ୟ କେତେକ ପୁଲିସ କର୍ମଚାରୀଙ୍କ ବିରୋଧରେ ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସଡିଜେଏମ୍ କୋର୍ଟରେ ହତ୍ୟା ଘଟଣାରେ ସାହାଯ୍ୟକାରୀ, ପ୍ରମାଣ ନଷ୍ଟକାରୀ ଓ ମାମଲାକୁ ଚପାଇ ଦେବା ପାଇଁ ଖୋଲାଖୋଲି ସହାୟତା କରିବା ନେଇ ଆପାତ ପ୍ରମାଣଯୋଗ୍ୟ ତଥ୍ୟ ଦାଖଲ କରିଛନ୍ତି। ବନଜାଙ୍କ ଆବେଦନ ପରେ ଏହି ପୁଲିସ ଅଧିକାରୀମାନଙ୍କ ବିରୋଧରେ ବିଭିନ୍ନ ଫୌଜଦାରୀ ଦଫା ଲଗିବା ସହ  ୱାନସିସି ୦୫/୨୦୨୧ନଂ  ମାମଲା ଦାୟର ହୋଇଥିଲା।