କନ୍ୟାଶ୍ରମରେ ଛାତ୍ରୀ ମୃତ୍ୟୁ ଘଟଣା: ଆଉ ୨୫ ଛାତ୍ରୀ ଅସୁସ୍ଥ, ୩ ଗୁରୁତର

ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଗାନ୍ଧୀ ସେବା ସଂଘ ପୁରୁବାଈ କନ୍ୟାଶ୍ରମରେ ଶୁକ୍ରବାର ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୨୫ ଜଣ ଅସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି କନ୍ୟାଶ୍ରମରେ ଶୁକ୍ରବାର ମଧ୍ୟାହ୍ନରେ ନୀଳଗିରି ଅଂଚଳର ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିବାରୁ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ସକାଳେ ଅନ୍ୟ ଦୁଇଜଣ ଅନ୍ତେବାସିନୀଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।