ଚଳିତ ଥର ହୋଲିରେ ଅଶ୍ଳୀଳ ଗୀତ ବଜାଇଲେ ମହଙ୍ଗା ପଡ଼ିବ

ହୋଲିର ପର୍ବ ପାଖେଇ ଆସୁଛି। ହୋଲି ପର୍ବର ମଜା ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଗୀତକୁ ଉଚ୍ଚ ସ୍ୱରରେ ବଜାଇ ରଙ୍ଗ ଖେଳ ଖେଳି ଥାଆନ୍ତି।  କିଛି ଲୋକମାନେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ ମଧ୍ୟ ବଜାଇ ଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତଥର ହୋଲିରେ ଅଶ୍ଳୀଳ ଗୀତକୁ ନେଇ ପୁଲିସ-ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚିତ ହୋଇଛି। ଶିବରାତ୍ରିରୁ ହୋଲି ପର୍ଯ୍ୟନ୍ତ ଅଶ୍ଳୀଳ ଗୀତକୁ ବାରଣ କରାଯାଇଛି। ବିହାର ପୁଲିସ ସମଗ୍ର ରାଜ୍ୟ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛି।

ବିହାର ପୁଲିସ ଶନିବାର ଦିନ ମହାଶିବରାତ୍ରୀ ଏବଂ ତିନି ସପ୍ତାହ ପରେ ହୋଲି ଉତ୍ସବ ପାଳନକୁ ଦୃଷ୍ଟିରେ ରଖି “ଅଶ୍ଳୀଳ” ଗୀତ ବଜାଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି।