ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି: ମୁଖ୍ୟମନ୍ତ୍ରୀ

ଆଜି ପୁଣି ଥରେ ବରଗଡ଼ ଜିଲ୍ଲାର ଝାରବନ୍ଧ, ପଦ୍ମପୁର ଓ ପାଇକମାଳ ଆସି ମୁଁ ବହୁତ ଖୁସି ଅନୁଭବ କରୁଛି। ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି। ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କହିଛନ୍ତି। ପଦ୍ମପୁର ଉପନିର୍ବାଚନର ୩ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଆଜିର ଏହି ସଭାରେ ଆମର ମା’ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି। ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି। ଆଜି ଏଠାରେ ମା’ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ।