ସହର ପରି ଗାଁରେ ଅଳିଆ ଉଠା ଗାଡ଼ି; ଶୁଭାରମ୍ଭ କଲେ ବିଧାୟକ ତାରା ବାହିନୀପତି

ସ୍ୱଚ୍ଛ ଓ ସୁସ୍ଥ ହେବ ଗାଁ। ପୌର ପାଳିକା ଭଳି ଘରୁ ଘରୁ ଅଳିଆ ଆବର୍ଜନା ବୋହି ନେବ ଅଳିଆ ଉଠା ଗାଡ଼ି। ଗାଁରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ। ଏହି ପ୍ରୟାସ ଆରମ୍ଭ କରିଛି ବୋରିଗୁମ୍ମା ବ୍ଲକ ପ୍ରଶାସନ। ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ବାହାରେ ଫୋପାଡ଼ିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଗାଁ ମାନଙ୍କରେ ବିଭିନ୍ନ ସମୟରେ ପରିବେଶ ପ୍ରଦୂଷଣ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ନଜର ରହିଛି। ପରିବେଶକୁ ସଫା କରିବା ପାଇଁ ବ୍ଲକର କାମତା, କୁମୁଲି ଏବଂ ବୋଡିଗାଁ ପଂଚାୟତରେ ଏହି ସେବା ଆରମ୍ଭ ହୋଇଛି। ତେବେ ଏହି ସେବାକୁ ଆରମ୍ଭ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।