‘ଟଙ୍କା ଦିଅ, ପୂଜାପାଠ କରି ଛୁଆ କରେଇଦେବି’ କହି ଗିରଫ ହେଲେ ନକଲି ବାବା

ମେଡିକାଲ ବିଜ୍ଞାନ ଆଗକୁ ବଢୁଥିବା ବେଳେ ସନ୍ତାନ ଆଶାରେ ବାବାଙ୍କୁ ଭରସା କରି ଠକେଇର ଶିକାର ହୋଇଛନ୍ତି ଦମ୍ପତ୍ତି। ଶିକ୍ଷିତ ଦମ୍ପତ୍ତି ବି ଡାକ୍ତରୀ ଚିକିତ୍ସା ଉପରୁ ଭରସା ତୁଟାଇ ଜଣେ ବାବାଙ୍କ ଠକାମୀର ଶିକାର ହୋଇଛନ୍ତି। ବାଦାମବାଡି ଥାନା ପୁଲିସ ଠକ ବାବା ସିଦ୍ଧେଶ୍ଵର ସାମନ୍ତରାୟଙ୍କୁ ଗିରଫ କରିବା ପରେ ଘଟଣା ଉପରୁ ପରଦା ଉଠିଛି। ସନ୍ତାନ କରେଦେବା ନାଁ ରେ କଟକର ଏକ ଦମ୍ପତ୍ତିଙ୍କ ଠାରୁ ୩ଲକ୍ଷ ୯୦ ହଜାର ଟଙ୍କାର ଠକେଇ କରିବା ପରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭଣ୍ଡ ବାବାଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଥିଲା ।