ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା ଗିରଫ, ଦେଶୀ ପିସ୍ତଲ ସମେତ ଜୀବନ୍ତ ଗୁଳି ଜବତ

ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା ଗିରଫ ହୋଇଛି। ଭୁବନେଶ୍ବର ଜଗନ୍ନାଥ ନଗରରେ ଥିବା ସୂଚନା ପାଇ ପୁଲିସ ମନୋଜକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ଵର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।

ମନୋଜର ମୂଳ ଘର ସମ୍ବଲପୁର ଜିଲ୍ଲା ବୁର୍ଲାର ଗାନ୍ଧୀନଗରରେ। ସେ ରାଜଧାନୀର ଖାରବେଳନଗର ଥାନା ରିକ୍ସା କଲୋନିରେ ରହୁଛି। ମନୋଜ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି। ହତ୍ୟା, ରାହାଜାନୀ, ଲୁଟ, ଟିକଟ ବ୍ଲାକ, ଗୁଳି ମାଡ଼ ଆଦି ବିଭିନ୍ନ ଥାନାରେ ମାମଲା ରହିଛି। ଦେଶୀ ସେମି ଅଟୋମେଟିକ ପିସ୍ତଲ, ଦୁଇଟି ମାଗାଜିନ୍ ଏବଂ ୯ଟି ଜୀବନ୍ତ ୭.୬୫ଏମ୍‌ଏମ୍‌ ଗୁଳି ଜବତ ହୋଇଛି।