ଗଛରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲେଇକାନି ପଞ୍ଚାୟତ ବେଲମୁଣ୍ଡା ଗ୍ରାମର ନିକଟତ୍ତମ ଜଙ୍ଗଲରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଜଣାପଡିଛି କି ଗ୍ରାମର ଜଣେ ଛେଳି ଚାରାଳି ଛେଳି ଚରାଇବା ପାଇଁ ଗ୍ରାମ ନିକଟତ୍ତମ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ବହୁମାତ୍ରାରେ ଦୁର୍ଗନ୍ଧ ହୋଇଥିଲା। ଦୁର୍ଗନ୍ଧ ବାରି ଛେଳି ଚାରାଳିମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦେଖିଲାବେଳକୁ ଜଣେ ବୃଦ୍ଧା ଅଚିହ୍ନା ହାରାହାରି ବୟସ ୫୫ରୁ ଅଧିକ ହେବ ମୃତ୍ୟୁବରଣ କରିଥିବା ଦେଖି ଗ୍ରାମରେ କହିଥିଲେ। ଗ୍ରାମବାସୀମାନେ ଫୋନ ଯୋଗେ କିଞ୍ଜିରକେଲା ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲେ। ସାଇଣ୍ଟିଫିକ ଦଳ ଓ ଥାନା କର୍ମଚାରୀ ସମସ୍ତ ପରୀକ୍ଷା ନିରୀକ୍ଷା କରି ଶବକୁ ବ୍ୟବଚ୍ଛେଦ କରାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ବୃଦ୍ଧାର କୌଣସି ସନ୍ଧାନ ମିଳିପାରିନାହିଁ। ପୁଲିସ ଅଧିକରୁ ଅଧିକ ଅନୁସନ୍ଧାନ ଚଳାଇଛି ।