ଗିରଫଦାରୀ ପରେ ପ୍ରଥମ ଥର ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତ‌ାର ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ।

ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ ଭେଟିବା ପାଇଁ ଜେଲକୁ ତାର ଭାଇ ସତ୍ୟନାରାୟଣ ଦାସ ଆସି ପହଞ୍ଚିଥିଲେ। ତେବେ ଏହି ଭେଟାଭେଟି ସମୟରେ ଜେଲରେ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ସତ୍ୟନାରାୟଣ ସୁରକ୍ଷାକର୍ମୀଙ୍କ ନିର୍ଦେଶ ଅନୁଯାୟୀ ଭାଇ ଗୋପାଳକୁ ଭେଟି କିଛି ସମୟ କଥାବର୍ତ୍ତା ହୋଇଥିଲେ। ପରସ୍ପରକୁ ଭେଟିବା ସମୟରେ ସେଠାରେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସେଠାରୁ ଗୋପାଳର ଭାଇ ଚାଲି ଆସିଥିଲେ।