ହତ୍ୟା ମାମଲାରେ ଜଣକୁ ୧୦ ବର୍ଷ ଜେଲ୍‌ ଦଣ୍ଡ

ସ୍ଥାନୀୟ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟ୍ଟନାୟକ ଏକ ହତ୍ୟା ଘଟଣାରେ ଜଣେ ଅପରାଧୀ ଭ୍ରମର କୁଅଁରକୁ ଆଇପିସିର ଦଫା ୩୦୪(୧)ରେ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କୁଅଁର କେଲା ଗ୍ରାମରେ ଘଟଣାଟି ଘଟିଥିଲା। ଏହି ଘଟଣାରେ ଥିବା ଅଭିଯୁକ୍ତ ଅଭିଯୋଗକାରୀର ବଡ ଭାଇ ତେଜ କୁଁଅର ଏକ ଫାଉଡା ଦ୍ଵାରା ହତ୍ୟା କରିଥିଲା। ଘଟଣା ଦିନ ଅଭିଯୋଗ (କୁଚିଆ କୁଁଅର)କାରୀଙ୍କ ଘର ଆଗରେ ଅଭିଯୁକ୍ତ ଖରାପ ଭାଷାରେ ଗାଳି କରୁଥିଲା ଏହି ସମୟରେ ଅଭିଯୋଗକାରୀ ତାକୁ କହିବାରୁ ସେ ରାଗିକି ଉକ୍ତ ଫାଉଡାରେ ତାକୁ ମାରିବାକୁ ଯିବାରୁ ସେ ଘରେ ଲୁଚି ଯାଇଥିଲା ଏହି ସମୟରେ ମୁତଫା ସେଇ ବାଟରେ ଯାଉଥିବା ଅଭିଯୁକ୍ତ ତାକୁ ଘରକୁ ଡାକି ତାର ମୁଣ୍ଡକୁ ଆକ୍ରମଣ କରିଥିଲା, ଯାହାର ଆଘାତରେ ମୁତାଫା ମୁଣ୍ଡରୁ ରକ୍ତ ବାହାରି ସେ ତଳେ ପଡିଯାଇଥିଲା। ପରେ ଅଭିଯୋଗକାରୀ ତାକୁ ଡାକ୍ତରଖାନାକୁ ନେବା ପରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।