ଭିସୁଟ୍‌ର ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ପୁରୁଷ ବନ୍ଧୁଙ୍କ ସମେତ ୨ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଚିନ୍ମୟୀଙ୍କ ମା’

ବୁର୍ଲା ପିସି ବ୍ରିଜ୍‌ରୁ ଡେଇଁ ଭିସୁଟ୍‌ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ନିଖୋଜ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବୁଧବାର ସକାଳେ ବୁର୍ଲା ପାୱାର ଚେନେଲ୍‌ ନିକଟରୁ ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟପଟେ ଚିନ୍ମୟୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରର ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ’ଙ୍କ ସମେତ ୨ ଜଣଙ୍କ ନାଁରେ ଆଇପିସି ଧାରା ୩୦୨ ଓ ୨୦୧ରେ ମାମଲା ରୁଜୁ କରିଛି।