ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲ ଭିତରୁ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତକାଙ୍କ ମା’ଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣାପଡିଛି। ମୃତକା ହେଲେ ଭାରତୀ ମଲ୍ଲିକ (୪୨)।

ଗତ ୨୬ ତାରିଖରୁ ରେଙ୍ଗଲଜୁରୀ ଗାଁର ସନ୍ତୋଷ ମଲ୍ଲିକଙ୍କ ପତ୍ନୀ ଭାରତୀ ମଲ୍ଲିକ ନିଖୋଜ ଥିବା ନେଇ ପରିବାର ଲୋକେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରଦିନ (୨୭ ତାରିଖ) ଭାରତୀଙ୍କ ମା’ ଘର ଲୋକଙ୍କୁ ସନ୍ତୋଷ ଫୋନ କରି କହିଥିଲେ। ପରେ ଭାରତୀଙ୍କ  ଭାଇ ଓ ପରିବାରବର୍ଗ ରେଙ୍ଗଲଜୁରୀ ଗାଁରେ ପହଞ୍ଚି ଖୋଜାଖୋଜି କରି ନ ପାଇବାରୁ ୨୮ ତାରିଖରେ ଥାନାରେ ଏନେଇ ଅଭିଯୋଗ କରିଥିଲେ।