ଯୁବ ବ୍ୟବସାୟୀଙ୍କୁ ଲକ୍ଷ୍ୟ କରି ୨ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ; ଅଭିଯୁକ୍ତ ଫେରାର, ପୁଲିସ୍‌ର ଛାନଭିନ୍ ଜାରି

କୋରାପୁଟ ଜିଲ୍ଲା ଜୟପୁର ସହରର ଜଣେ ଜଣାଶୁଣା ଯୁବ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ‌ହୋଇଛି।  ଆଜି ଦିନ ସାଢ଼େ ଗୋଟାଏ ବେଳେ ଜ୍ୟୋତିମିଲ ଛକ ଡେଙ୍ଗାତୋଟା ଶ୍ମଶାନ ନିକଟରେ ଯୁବ ବ୍ୟବସାୟୀ ଆଦର୍ଶ ଅଗ୍ରୱାଲ ଘରକୁ ଫେରୁଥିବା ବେଳେ ତାଙ୍କୁ ଲକ୍ଷ୍ୟ କରି ଦୁଇ ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଗୁଳି ପୁଟାଇ ଘଟଣାସ୍ଥଳରୁ ଫେରାର ମାରିଛନ୍ତି। ତେବେ ଭାଗ୍ୟବଶତଃ ଉକ୍ତ ବ୍ୟବସାୟୀଙ୍କୁ ଏହି ଗୁଳି ବାଜି ନାହିଁ। ସେ ବସିଥିବା କାରର କବାଟରେ ବାଜି ତଳକୁ ୨ଟି ଖୋକା ଖସି ପଡ଼ିଛି। ଏ ନେଇ ସୂଚନା ପାଇ ତୁରନ୍ତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସକୁ ଦେଖିକି ଦୁଇ ଜଣ ଦୁର୍ବୃତ୍ତ ଡେଙ୍ଗାତୋଟା ଶ୍ମଶାନ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଦିନ ଦ୍ବିପହରରେ ଦୀର୍ଘ ୪ବର୍ଷ ପରେ ଏଭଳି ୨ରାଉଣ୍ଡ ଗୁଳି ପୁଟିବା ପୁଲିସ ପ୍ରତି ଖୋଲାଖୋଲି ଚ୍ୟାଲେଞ୍ଜ ସୃଷ୍ଟି କରିଛି।