ବରୁଣେଇ ଜଙ୍ଗଲରେ ନିଆଁ, ଦୁଇ ଘଣ୍ଟା ପରେ ହେ‌ଲା ଆୟତ୍ତ

ଗତକାଲି ବରୁଣେଇ ସଂରକ୍ଷିତ ଜଙ୍ଗଲର ଶିଳ୍ପାଂଚଳ ନିକଟରେ ଥିବା ଏକ ବେଆଇନ କବାଡ଼ି ପ୍ଲାଷ୍ଟିକ ଗୋଦାମରେ ଲାଗିଥିବା ନିଆଁକୁ ଆୟତ୍ତ କରିବାର ୨୪ ଘଂଟା ନପୂରୁଣ ଆଜି ବରୁଣେଇ ସଂରକ୍ଷିତ ଜଙ୍ଗଲର ପାଦଦେଶ ସିଆଳିଆ ଠାରେ ନିଆଁ ଲାଗିଥିଲା। ଦୀର୍ଘ ଦୁଇଘଂଟା ପରିଶ୍ରମ ପରେ ଅଗ୍ନିଶମ ଓ ବନ ବିଭାଗ ନିଆଁକୁ ଆୟତ୍ତ କରିଛନ୍ତି ।

ଖୋର୍ଦ୍ଧା-ବାଜପୁର ରାସ୍ତାର ବରୁଣେଇ ସଂରକ୍ଷିତ ଜଙ୍ଗଲର ନିମ୍ନଦେଶରେ ଥିବା ସିଆଳିଆ ରାସ୍ତାର ଶାଗୁଆନ ଜଙ୍ଗଲ ନିକଟରେ ଆଜି ସକାଳ ୧୧ଟା ବେଳେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ନିଆଁ ଖୋଲା ପଡ଼ିଆରେ ଲାଗିଥିବା ଦେଖି ଏହାକୁ କେହି ଗୁରୁତ୍ୱ ଦେଇ ନଥିଲେ। ପରେ ନିଆଁ ଶାଗୁଆନ ଜଙ୍ଗଲକୁ ଛୁଇଁଥିଲା । ଅପରାହ୍ଣ ୨ଟା ବେଳେ ବନ ବିଭାଗକୁ ସୂଚନା ମିଳିବା ପରେ ଅଗ୍ନିଶମ ଓ ବନ ବିଭାଗର ଏକ ୧୨ ଜଣିଆଟିମ୍ ସେଠାରେ ପହଂଚିଥିଲେ।