ରାଇଘର ଅଞ୍ଚଳରେ ମାଓ ପୋଷ୍ଟର; ଆଦିବାସୀ ଜମି ନଦେବାକୁ ନିର୍ଦ୍ଦେଶ

ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସ୍ଥାନୀୟ ଆଦିବାସୀଙ୍କୁ ନିଜ ଜମି ବଙ୍ଗାଳୀ ସଂପ୍ରଦାୟର ଲୋକମାନଙ୍କୁ ନ ଦେବା ପାଇଁ ଉକ୍ତ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ସ୍ଥାନୀୟ ବ୍ଲକର ହଳଦୀ, ହାତିଗାଁ, କୁରାବେଡା, ନାକଟିସମଡ଼ା, ମୁଣ୍ଡିବେଡା, ଗୋନା ଓ କୁନ୍ଦେଇ ଆଦି ଉପାନ୍ତ ଅଞ୍ଚଳର ରାସ୍ତାକଡ଼  ଏବଂ ଛକ ଜାଗାଗୁଡ଼ିକରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ପୋଷ୍ଟର ଗୁଡ଼ିକରେ ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟର ଲୋକଙ୍କୁ ଥଇଥାନ ସମୟରେ ଭାରତ ସରକାର ପଟ୍ଟା ଜମି ଦେଇଥିଲେ।

କିନ୍ତୁ ଆଦିବାସୀଙ୍କୁ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲଜମି ପଟ୍ଟା ପ୍ରଦାନ କରିବାରେ ସରକାର ସଫଳ ହୋଇ ପାରି ନାହିଁ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ନିଜ ଜମି କୌଣସି ବଙ୍ଗାଳୀ ସଂପ୍ରଦାୟର ଲୋକଙ୍କୁ ଚାଷ କରିବାକୁ ଦିଅନ୍ତୁ ନାହିଁ ବୋଲି ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି।