ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା। ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କାରୁବାକି ହଷ୍ଟେଲରେ ୧୩୪ ଜଣ ଛାତ୍ରୀଙ୍କୁ ପଚରାଉଚରା କରୁଛି ପୋଲିସ। ହଷ୍ଟେଲ ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଛାତ୍ରୀନିବାସର ସମସ୍ତ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

କମିଶନରେଟ ପୋଲିସର ୩ଟି ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପଛରେ ତିନି ଜଣ ସିନିୟରଙ୍କ ସନ୍ଧାନ ପାଇବାକୁ ଚାଲିଛି ପଚରାଉଚରା। ଏ ସଂପର୍କରେ ଜୋନ-4 ଏସିପି ପରେଶ ରାଉତ ସୂଚନା ଦେଇଛନ୍ତି।

ସେହିପରି ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଇଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରିଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ।