ଦୁଇ ସପ୍ତାହରେ ପିକ୍‌ ଛୁଇଁପାରେ କରୋନା, ହେଲେ ହଜାରେ ଟପିବନି

ଭୁବନେଶ୍ୱର:ରାଜ୍ୟରେ କୋଭିଡ଼ କୋଭିଡ ସଂକ୍ରମଣ ଏବେ ଉପରମୁହାଁ । ଜୁଲାଇ ମାସରେ ସଂକ୍ରମଣ ରୋକିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ l ବଢୁଥିବା ସଂକ୍ରମଣ ଆଉ ଦୁଇ ସପ୍ତାହ ପରେ ପିକ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଚଳିତ ମାସ ଶେଷ ଆଡକୁ ପୁଣି ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବା l ଅତି ବେଶୀରେ ସଂକ୍ରମିତ ସଂଖ୍ୟା ଏକ ହଜାରରୁ ଟପିବ ନାହିଁ l ବ୍ୟାପକ ଟିକାକରଣ ଯୋଗୁଁ କୋଭିଡ ବିରୋଧରେ ଲଢ଼ିବା ପାଇଁ ଲୋକଙ୍କ ପାଖରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି l