ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୧୦ ଯୁବକ ଗିରଫ, ସୁଧାରଗୃହକୁ ଗଲେ ୫ ନାବାଳକ

ଫେସବୁକ୍‌ ରିଲ୍ସରୁ ରିଏଲ କ୍ରାଇମ। ଦୁଇ ଦିନ ଧରି ଭୂଦାନ କଲୋନି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା। ହାତହତିଆର ଧରି ମାରଧର ସହ ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସ ଗୋଟିଏ ପ୍ଲାଟୁନ ଫୋର୍ସ ଲଗାଇ ସମାଧାନ କରିଥିଲା ପୁଲିସ। ଏହି ଘଟଣା କୋରାପୁଟ ଟାଉନ ଥାନା ପୁଲିସ ୧୦ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ୫ ଜଣ ନାବାଳକଙ୍କୁ ସୁଧାରଗୃହକୁ ପଠାଇଛି। ଏନେଇ ଆଜି ଏସଡିପିଓ ମନୋଜ ପୁଜାହାରୀ ଓ ଆଇଆଇସି ଧୀରେନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ପୁଲିସ ପକ୍ଷରୁ ତନିଟି ମାମଲା ରୁଜୁ କରା‌ଯାଇଥିବାବେଳେ ଇନ୍ଦିରା କଲୋନିର ମନୋଜ ଟାକିରି(୨୦), ଜୁନେଶ ତୁରୁକ୍‌(୨୦) ଓ ଅବିନାଷ ଖରା(୧୮)ଙ୍କ ସହ ଦୁଇ ଜଣ ନାବାଳକ ଗିରଫ ହୋଇଛନ୍ତି।  ଟିକିରା ସାହିର ପିଣ୍ଟୁ ସାଗଗ(୨୦), ରମେଶ ଦୁର୍ଗା(୩୪), ରାଜ ଖୋରା(୧୯), ସନ୍ତୋଷ ଖିଲ(୧୯), ସୁରେନ ସାଗର(୧୮), ରାହୁଲ ଚେଟି(୨୧) ଓ ରୋହିତ ଖିଲ(୧୮) ଏବଂ ପରଜା ସାହିର ହାପ୍ପା ଓରଫ ଭିକି ନାୟକ(୨୦), ରାଜା ଓରଫ ଚନ୍ଦନ ଖୀଲ(୨୬), ଚିଣ୍ଟୁ ଓରଫ ମଧୁସୂଦନ ଜାନି(୨୬), ମନୁ ଓରଫ ବିଶ୍ବାଳ ନାଗ(୨୨)ଙ୍କ ସହ ୩ ଜଣ ନାବାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗୋଟିଏ  ଲୁହା ଛଡ଼ ଓ ଦୁଇଟି ଲାଠି ଜବତ ହୋଇଛି।