ଭୁବନେଶ୍ବରରେ ତାପମାତ୍ରା କମିଲା ୧୩ ଡିଗ୍ରି, ଦିନ ୨ଟାରେ ପାରା ୨୯ ଡିଗ୍ରି ରେକର୍ଡ

ବିଗତ ୧୮ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିଛି। ପ୍ରବଳ ଖରା ଓ ଗରମରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ଫଳରେ ରାଜ୍ୟବ୍ୟାପି ତାପମାତ୍ରା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ବରରେ ପାରା ୧୩ ଡିଗ୍ରି ଖସିଛି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ତାପମାତ୍ରା ୨୯ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ୨୦ରେ ଭୁବନେଶ୍ବରରେ ୪୨.୬ ଡିଗ୍ରି ରେକର୍ଡ ହୋଇଥିଲା ବୋଲି ଆଞ୍ଚଲିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।