ସାକ୍ଷାତକାର ଦେବା ମହଙ୍ଗା ପଡ଼ିଲା: ପୁରୁଣା କଶ୍ମୀର ମାମଲାରେ ସତ୍ୟପାଲ ମଲ୍ଲିକଙ୍କୁ ସମନ କଲା ସିବିଆଇ

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ଅନ୍ୟ ୪ଟି ରାଜ୍ୟରେ ବିଜେପି ଦ୍ୱାରା ନିଯୁକ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସମନ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଉଲ୍ଲେଖଯୋଗ୍ୟ, ନିକଟରେ ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କ ସହ ଏକ ବିସ୍ଫୋରକ ସାକ୍ଷାତକାରରେ ଜାତୀୟ ନିରାପତ୍ତା ଏବଂ ଦୁର୍ନୀତି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟ ବିଷୟରେ ଅନେକ ଖୁଲାସା କରିଥିଲେ ସତ୍ୟପାଲ ମଲ୍ଲିକ। ଏହି ସାକ୍ଷାତକାର ପ୍ରସାରିତ ହେବା ପରେ ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କୁ ଡକାଇଛି। ଏପ୍ରିଲ ୨୮ରେ ସେ ସିବିଆଇ ପ୍ରଶ୍ନର ଉତ୍ତର ଦେବାକୁ ସେ ନୂଆଦିଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଯିବେ।