ଏହି ଦିନ ବଜାରକୁ ଆସିବାକୁ ଯାଉଛି ୧୦୦ ଟଙ୍କିଆ କଏନ୍

ଆପଣ ୫, ୧୦ ଏବଂ ୨୦ ଟଙ୍କିଆ ମୁଦ୍ରା ଦେଖିଥିବେ | ଆଉ ଖୁବଶୀଘ୍ର ଆପଣ ୧୦୦ ଟଙ୍କିଆ କଏନ ମଧ୍ୟ ଦେଖିବାକୁ ପାଇବେ | ସରକାର ଖୁବ ଶୀଘ୍ର ୧୦୦ ଟଙ୍କିଆ ମୁଦ୍ରା ବଜାରକୁ ଛାଡ଼ିବାକୁ ଯାଉଛନ୍ତି | ଏହି ମୁଦ୍ରା ସାଧାରଣ ମୁଦ୍ରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ | ମିଳିଥିବା ସୂଚନା ମୁତାବକ ୧୦୦ଟଙ୍କିଆ ମୁଦ୍ରାର ଗୋଲେଇ ୪୪ ମିମି ହେବ। ଏହା ରୂପା, ତମ୍ବା, ନିକେଲ୍ ଏବଂ ଜିଙ୍କ ଭଳି ଚାରୋଟି ଧାତୁରେ ତିଆରି ହେବ | ସରକାର କହିଛନ୍ତି ଯେ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ରହିବ ଏବଂ ଏହା ତଳେ ସତ୍ୟମେବ ଜୟତେ ଲେଖାଯିବ। ସେହିପରି ଅନ୍ୟପାର୍ଶ୍ୱରେ ଏକ ମାଇକ୍ରୋଫୋନ୍ ଚିତ୍ର ରହିବ ଏବଂ ଏହା ଉପରେ ୨୦୨୩ ଲେଖାଯିବ |