୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ଲାଞ୍ଚ ନେଇ ଧରାପଡ଼ିଥିବା ପୂର୍ବତନ ତହସିଲଦାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଏହି ମାମଲାର ଶୁଣାଣି କରି ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରାଙ୍କ ବିରୋଧରେ ଏହି ରାୟ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ରାଉରକେଲାର ପୂର୍ବତନ ତହସିଲଦାର କୈଳାସ ଚନ୍ଦ୍ର ବେହେରା ରାମଦିନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ଧରା ପଡ଼ିଥିଲେ। ଲିଜ ଜମି ବାତିଲ ନ କରିବାକୁ ସେ ଏହି ଲାଞ୍ଚ ନେଉଥିବା‌ ଜଣାପଡ଼ିଥିଲା। ଏହି ମାମଲାରେ ଶ୍ରୀ ବେହେରା ଗିରଫ ହୋଇଥିଲେ। ମାମଲାର ବିଚାର ସୁନ୍ଦୁରଗଡ଼ ଜିଲ୍ଲାରେ ହେଉଥିଲାବେଳେ ଆଇନ୍‌ଜୀବୀ ଆନ୍ଦୋଳନ ପାଇଁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଏହାକୁ ଅନୁଗୁଳ ଭିଜିଲାନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।