ଅତୀକ, ଅସରଫକୁ ଆମ୍ବୁଲାନ୍ସରେ ନନେଇ କାହିଁକି ଚଲେଇ ଚଲେଇ ନିଆଯାଉଥିଲା : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ଦୁର୍ଦ୍ଦାନ୍ତ ମାଫିଆ ଅତୀକ ଅହମ୍ମଦ ଓ ଅଶରଫ ହତ୍ୟା ମାମଲାର ତଦନ୍ତ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ହୋଇଥିବା ଅତୀକର ପୁଅ ଅସଦର ଏନକାଉଣ୍ଟରକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ସତ୍ୟପାଠ ମାଗିଛନ୍ତି । ବିକାଶ ଦୁବେ ଏନକାଉଣ୍ଟର ପରେ ପୋଲିସ କାର୍ଯ୍ୟ ସମ୍ପର୍କରେ ଜଷ୍ଟିସ ବିଏସ୍ ଚୌହାନଙ୍କ ରିପୋର୍ଟ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୋର୍ଟ ୟୁପି ସରକାରଙ୍କୁ ପଚାରିଛନ୍ତି ।

ଅତୀକ ହତ୍ୟାକୁ ନେଇ ୟୁପି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଆମେ ଏହି ଘଟଣା ଟିଭିରେ ଦେଖିଛୁ । କାହିଁକି ଆମ୍ବୁଲାନ୍ସରେ ଉଭୟଙ୍କୁ ସିଧାସଳଖ ଡାକ୍ତରଖାନା ନିଆଗଲା ନାହିଁ ? ସେମାନଙ୍କ ପରେଡ୍ କାହିଁକି କରାଯାଇଥିଲା (ଅର୍ଥାତ କାହିଁକି ଚଲେଇ ଚଲେ ନିଆଯାଉଥିଲା )? ତିନି ସପ୍ତାହ ମଧ୍ୟରେ ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।