ପୋଲିସ ଗୁଳିରେ ୩ ନକ୍ସଲ ନିପାତ

ପୋଲିସ ଗୁଳିରେ ୩ ମାଓବାଦୀ ନିପାତ । କଳହାଣ୍ଡିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ମ.ରାମପୁର ଅନ୍ତର୍ଗତ ମୋହନଗିରିର ତାପରଙ୍ଗ ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ୩ ମାଓବାଦୀ ନିହତ । ତେବେ ଏହି ଗୁଳି ବିନିମୟରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ପୋଲିସ ଅଧିକାରୀଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।