ନବୀନ ନିବାସରେ ନୀତିଶ କୁମାର

ଓଡ଼ିଶାରେ ପହଂଚିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ସେ ନବୀନ ନିବାସରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ଆଗରୁ ସୂଚନା ରହିଥିଲା। ଦୁଇ ମୁଖିଆଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ନୀତିଶ କୁମାର। ଦୁଇ ରାଜ୍ୟର ମୁଖିଆଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତିଶ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଏକ ସୁଦୃଢ଼ ମେଂଟ ଗଠନ ପ୍ରୟାସରେ ନୀତିଶ କୁମାର ଅଣଏନଡିଏ ଦଳଗୁଡ଼ିକର ନେତାମାନଙ୍କୁ ଭେଟୁଥିବା ଜଣାପଡ଼ିଛି। ଦୁଇ ରାଜ୍ୟର ମୁଖିଆଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି।