ମହିଳା ଆଇନଜୀବିଙ୍କୁ ଦୁର୍ବ୍ୟବହାର

ତହସିଲଦାରଙ୍କ ବଦଳି ଦାବିରେ ବାର୍ ଆସୋସିଏସନ୍

ମହିଳା ଆଇନଜୀବି ଲିତାଞ୍ଜଳି ସାହୁ ରଣପୁର ତହସିଲଦାର୍ ଦୁର୍ବ୍ୟବହାର ଅଭିଯୋଗ ନେଇ ପ୍ରଥମେ ରଣପୁର ଥାନାର ଦ୍ୱାରାସ୍ଥ

ରଣପୁର (ଦର୍ଶନ ନ୍ୟୁଜ୍): ଗତ କିଛିଦିନ ତଳେ ନୟାଗଡ଼ ଜିଲ୍ଲା ରଣପୁର ତହସିଲଦାର୍ ମହିଳା ଆଇନଜୀବିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବିବାଦୀୟ ହୋଇ ପଡିଥିବାବେଳେ ମେ ୧୬,ମଙ୍ଗଳବାର ଅପରାହ୍ନରେ ରଣପୁର ବାର୍ ଆସୋସିଏସନ୍ ତହସିଲଦାରଙ୍କ ବଦଳି ଦାବି ନେଇ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ଭେଟିଥିବା ଜଣାପଡିଛି। ମହିଳା ଆଇନଜୀବି ଲିତାଞ୍ଜଳି ସାହୁ ରଣପୁର ତହସିଲଦାର୍ ଦୁର୍ବ୍ୟବହାର ଅଭିଯୋଗ ନେଇ ପ୍ରଥମେ ରଣପୁର ଥାନାର ଦ୍ୱାରାସ୍ଥ ହୋଇଥିଲେ। ତହସିଲଦାର୍ ଇପ୍ସିତ ସାହୁ ମଧ୍ୟ ସମାନ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେବାଯୋଗୁଁ ରଣପୁର ଥାନାରେ ୨ଟି ମାମଲା ପୃଥକ ଭାବେ ରୁଜୁ ହୋଇଛି। ତେବେ ରଣପୁର ବାର୍ ଆସୋସିଏସନର ଆଇନଜୀବିମାନେ ତହସିଲଦାରଙ୍କ ବଦଳି ଦାବିନେଇ ନିଜ ଜିଦିରେ ଅଟଳ ଥିବାବେଳେ ଏ ସମ୍ପର୍କିତ ଦାବି,ଅଭିଯୋଗକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଓ ନୟାଗଡ଼ ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ୍ ବିଧାନ ଚନ୍ଦ୍ର ରାୟ ଆଇନଜୀବିମାନଙ୍କ ଦାବିକୁ ଗୁରୁତର ସହ ନେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ରଣପୁର ବାର୍ ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ସମ୍ପାଦକ ସତ୍ୟରଞ୍ଜନ ମତ୍ତା,ଆଇନଜୀବି ଶ୍ରୀକାନ୍ତ ସାହୁ ଓ ମହିଳା ଆଇନଜୀବି ଲିତାଞ୍ଜଳି ସାହୁ ଜିଲ୍ଲାପାଳଙ୍କୁ ଭେଟି ପ୍ରତ୍ୟେକ୍ଷ ଦାବି,ଅଭିଯୋଗ ଉପସ୍ଥାପନ କରିଥିଲେ।