ଓଡ଼ିଶାର ପ୍ରତି ପଞ୍ଚାୟତରେ ଚାଲିବ ମୋ ବସ୍ : ଉଷା ପାଢୀ

ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ପଞ୍ଚାୟତରେ ମୋ ବସ୍ ଚଳାଚଳ କରିବ।

ଲକ୍ଷ୍ମୀ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ମୋ ବସ୍ ସୁବିଧା ଯୋଗାଇ ଦିଆଯିବ।

ଭୁବନେଶ୍ବର : ଓଡ଼ିଶାର ପ୍ରତି ପଞ୍ଚାୟତରେ ଚାଲିବ ମୋ ବସ୍। ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାର ପଞ୍ଚାୟତରେ ମୋ ବସ୍ ଚଳାଚଳ କରିବ। ଲକ୍ଷ୍ମୀ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ମୋ ବସ୍ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି ଓଡ଼ିଶା ପରିବହନ ସଚିବ ଉଷା ପାଢ଼ୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜର ଲକ୍ଷ୍ୟ ଓ ଉପଲବଧିର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ରିପୋର୍ଟରେ ଉଲ୍ଲେଖ କରି ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଭଳି ୩ଟି ଜିଲ୍ଲାରେ ଏହି ବସ୍ ଚଳାଚଳ ଆରମ୍ଭ ହେବ ବୋଲି ଉଷା ପାଢୀ କହିଛନ୍ତି।