ଗ୍ରୀଷ୍ମ ପ୍ରବାହ ଜାରି: ସମ୍ବଲପୁର ୪୧ ଡିଗ୍ରୀ, ଭୁବନେଶ୍ୱର ୩୮.୨ ଡିଗ୍ରୀ ସେଲସିୟସ ତାପମାତ୍ରା

୪୧ ଡିଗ୍ରୀ ରେକର୍ଡ କରାଯାଇ ସମ୍ବଲପୁର ଓଡିଶାର ସବୁଠୁ ଉତପ୍ତ ସ୍ଥାନ

ରାଜ୍ୟର ୭ଟି ସ୍ଥାନରେ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏନେଇ ଓଡିଶାର ସବୁଠୁ ଉତପ୍ତ ସହର ଭାବେ ସମ୍ବଲପୁର ସ୍ଥାନ ପାଇ ୪୧ ଡିଗ୍ରୀ ସେଲସିୟସ ହୋଇଛି । ତାପରେ ଝାରସୁଗୁଡାରେ ୩୯.୬ ଡିଗ୍ରୀ ସେଲସିୟସ ପାରଦ ରେକର୍ଡ କରାଯାଇଛି । ଓଡିଶାର ସାତୋଟି ସ୍ଥାନରେ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଆଉ କିଛି ଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ଉତପ୍ତ ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହିଭଳି ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ତେଣୁ ଦିନ ୧୧.୦୦ଟାରୁ ଅପରାହ୍ନ ୩.୦୦ ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଏହି ସମୟ ଭିତରେ ଘରୁ ବାହାରକୁ ଯିବାକୁ ପଡେ ତାହାଲେ ସତର୍କତା ଅବଲମ୍ବନ କରିବା ପାଇଁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।