ନୟାଗଡ଼ ଓ ନୂଆଗାଁ ବ୍ଲକର ଭିତିରି ବୁଝାବଣା

ଶ୍ରମିକଙ୍କ ବଦଳରେ ଜେସିବି ଖୋଳୁଛି ପୋଖରୀ,ରାସ୍ତା କାର୍ଯ୍ୟରେ ଲାଗିଛି ଟ୍ରାକ୍ଟର

ମନରେଗା ରେ ମହାଦୁର୍ନୀତି

ନୂଆଗାଁ ,25/5 (ଦର୍ଶନ ନ୍ୟୁଜ): କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜଣେ ଗରିବ ଲୋକକୁ ବର୍ଷକରେ ଶହେ ଦିନ କାମ ଯୋଗାଇ ଦେବା ପାଇଁ ଏହା ପ୍ରଣୟନ କରିଥିଲେ। ମାତ୍ର ତାହା ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଏବଂ ନୟାଗଡ଼ ବ୍ଲକ ରେ ତାହା ପ୍ରହସନରେ ପରିଣତ ହୋଇଛି। ବିଭିନ୍ନ ପଞ୍ଚାୟତରେ ଅମୃତ ସରୋବର ଓ ମୋ ପୋଖରୀ, ମାଟି, ମୋରମ ରାସ୍ତା ଆଦି ଏହି ଯୋଜନାରେ ଖୋଳା ଚାଲିଛି। ହେଲେ ଜବ୍‌କାର୍ଡଧାରୀ ଶ୍ରମିକଙ୍କ ବଦଳରେ କେଉଁଠି ମେଶିନ୍‌ ସାହାର୍ଯ୍ୟରେ ପୋଖରୀ ଖୋଯାଉଛି ତ କେଉଁଠି ରାସ୍ତା ନିର୍ମାଣ କରାଯାଉଛି । ଏଭଳି ଦେଖିବାକୁ ମିଳିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ପଞ୍ଚାୟତରେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ 1କିଲୋମିଟର ଦୂରରେ ଥିବା ୟୁପିସ୍କୁଲ ଠାରୁ ଖଣ୍ଡୁଗାଁ ଆରଡ଼ି ରୋଡ ପର୍ଯ୍ୟନ୍ତ ମାଟି, ମୋରମ ରାସ୍ତା ନିର୍ମାଣ ପାଇଁ 2020-2021ମସିହା ରେ ନଅ ଲକ୍ଷ୍ୟ ଟଙ୍କ ବ୍ୟୟରେ ମନରେଗା ଯୋଜନାରେ ସାମିଲ କରାଯାଇଛି। ଏହି କାମକୁ କେତେଜଣ ବ୍ୟକ୍ତି ମେଶିନ୍‌ ଲଗାଇ ନାମକୁମାତ୍ର କିଛି ମାଟି ଛିଞ୍ଚି ପ୍ରାୟ 9 ଲକ୍ଷ ଟଙ୍କା ହଡ଼ପ କରିବା ମସୁଧା କରିଥିବା ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ ନୟାଗଡ଼ ବ୍ଲକ କ୍ରିଦାଶପୁର ପଞ୍ଚାୟତ ଅନ୍ତର୍ଗତ କୋଡିଏକାହାଣିଆ ଗ୍ରାମ ରେ ମନରେଗା ଯୋଜନା ରେ ପୋଖରୀ ଖନନ କାର୍ଯ୍ୟ ମେସିନୀ ମାଧ୍ୟମ ରେ ଚାଲିଥିବା ବେଳେ ପୋଖରୀ ରୁ ବାହାରୁଥିବା ମାଟି କୁ ନିର୍ମାଣ ଚାଲିଥିବା ନୂଆଗାଁ ବ୍ଲକ ରାସ୍ତା କାର୍ଯ୍ୟ ରେ ବ୍ୟବହୃତ କରାଯାଉଛି | ତେବେ ଏହି ସବୁ କାର୍ଯ୍ୟ ଦିନ ଦୁଇପ୍ରହର ରେ ଖୋଲମ ଖୋଲା ଚାଲିଥିଲା ବେଳେ ଉଭୟ ନୟାଗଡ଼ ଓ ନୂଆଗାଁ ତହସିଲ ପ୍ରଶାସନ ସବୁ ଜାଣି ନଜାଣିଲା ଭଳି ଚେଇଁ ସୋଇଛି l ଅନ୍ୟପକ୍ଷେ ନୟାଗଡ଼ ବ୍ଲକ ଅଧୀନରେ ଖୋଳା ଯାଉଥିବା ପୋଖରୀ ର ଫଳକ ଥିବା ବେଳେ ନୂଆଗାଁ ବ୍ଲକ ପ୍ରଶାସନ ତରଫରୁ ନିର୍ମାଣ ଚାଲିଥିବା ମାଟି ରାସ୍ତା ର କୌଣସି ଫଳକ ମଧ୍ୟ ନିର୍ମାଣ ହୋଇନାହିଁ | ତେବେ ଉଭୟ ବିଭାଗୀୟ ଅଧିକାରୀ ମାନେ ଅଭିଯୋଗ ଶୁଣିଲା ପରେ କାର୍ଯାନୁଷ୍ଠାନ ନେବା ତ ଦୁର ର କଥା ଫୋନ କାଟିଦେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।