ଓଡ଼ିଶାରେ ଓବିସି ସର୍ଭେ ସମୟସୀମା ଜୁନ୍ ୬ ପର୍ଯ୍ୟନ୍ତ ବୃଦ୍ଧି

ପୂର୍ବରୁ ମେ ୧ରୁ ମେ ୨୬ ପର୍ଯ୍ୟନ୍ତ ଓବିସି ସର୍ଭେ ହେବାର ଥିଲା। କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଶେଷ ତାରିଖକୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି।

ବ୍ରାହ୍ମଣ, କରଣ, ଏସଟି ଓ ଏସସିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୨୦୮ ଟି ଜାତି ଏହି ସର୍ଭେରେ ଅଂଶଗ୍ରହଣ କରୁଛନ୍ତି।

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓବିସି ସର୍ଭେର ସମୟସୀମାକୁ ଜୁନ୍ ୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ମେ ୧ରୁ ମେ ୨୭ ପର୍ଯ୍ୟନ୍ତ ଓବିସି ସର୍ଭେ ହେବାର ଥିଲା। କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଶେଷ ତାରିଖକୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି।

ସରକାରଙ୍କ ଦ୍ୱାରା ନିଯୁକ୍ତ ଗଣନାକାରୀମାନେ ଘରକୁ ଯାଇ ଛୁଟି ଦିନ ସମେତ ସର୍ଭେ କରିବେ। ବ୍ରାହ୍ମଣ, କରଣ, ଏସଟି ଓ ଏସସିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ୨୦୮ ଟି ଜାତି ଏହି ସର୍ଭେରେ ଅଂଶଗ୍ରହଣ କରୁଛନ୍ତି। ଘର ଘର ବୁଲି ସର୍ଭେ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଓ ପିଡିଏସ୍ ପଏଣ୍ଟକୁ ସର୍ଭେ ସେଣ୍ଟରରେ ପରିଣତ କରାଯାଇଛି। ପରିବାରର ମୁଖ୍ୟ କେନ୍ଦ୍ରକୁ ଯାଇ ନିଜ ପରିବାର ସଦସ୍ୟଙ୍କ ବିଷୟରେ ତଥ୍ୟ ଦାଖଲ କରିପାରିବେ।
ସୂଚନାନୁଯାୟୀ, ୭୦ଟି ବିଦ୍ୟାଳୟରେ ସ୍ଥାପିତ ୧୦୧ଟି କେନ୍ଦ୍ରରେ ସର୍ଭେ ଚାଲିଛି। ଭୋଟର ପରିଚୟ ପତ୍ର, ପାସପୋର୍ଟ, ପାନ୍ କାର୍ଡ କିମ୍ବା ଆଧାର କାର୍ଡ ଦେଖାଇ ନିଜ ନାମ ସାମିଲ କରିପାରିବେ। ନୋଡାଲ ଅଫିସର ଓ ମେୟର କେନ୍ଦ୍ର ବୁଲି ବୁଲୁଛନ୍ତି। ବର୍ତ୍ତମାନ ଓଡ଼ିଶାରେ ଏସସି, ଏସଟି ଓ ଓବିସି ବର୍ଗପାଇଁ ଯଥାକ୍ରମେ ୨୨.୫ ପ୍ରତିଶତ, ୧୬.୨୫ ପ୍ରତିଶତ ଓ ୧୧.୨୫ ପ୍ରତିଶତ ସଂରକ୍ଷଣ କୋଟା ରହିଛି। ସର୍ଭେ ଶେଷ ହେବା ପରେ ଓବିସିଙ୍କ ପାଇଁ ସଂରକ୍ଷଣ କୋଟା ବୃଦ୍ଧି କରାଯିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।