ଜୁନ୍ ୪ ବେଳକୁ କେରଳରେ ପ୍ରବେଶ କରିବ ମୌସୁମୀ
୨୦୨୩ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁ (ଜୁନ୍ -ସେପ୍ଟେମ୍ବର) ବୃଷ୍ଟିପାତ ଏବଂ ଜୁନ୍ ୨୦୨୩ ପାଇଁ ମାସିକ ବୃଷ୍ଟିପାତ ଏବଂ ତାପମାତ୍ରା ପାଇଁ ଏହାର ଅପଡେଟ୍ ଦୀର୍ଘମିଆଦୀ ପୂର୍ବାନୁମାନ ଦୃଷ୍ଟିକୋଣରେ ଆଇଏମଡି କହିଛି, "ମୌସୁମୀ ଶକ୍ତିଶାଳୀ ହେବା ପରେ ଏହା ଜୁନ୍ ୪, ୨୦୨୩ ବେଳକୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି।
ଆସନ୍ତା ସପ୍ତାହରେ ଆରବ ସାଗରରେ ବାତ୍ୟା ସମ୍ଭାବନା ନାହିଁ
ଭୁବନେଶ୍ବର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୪ ତାରିଖ ବେଳକୁ କେରଳରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଆଇଏମଡି ଅନୁଯାୟୀ, ଜୁନ୍ ପହିଲା ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନାହିଁ। ୨୦୨୩ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁ (ଜୁନ୍ -ସେପ୍ଟେମ୍ବର) ବୃଷ୍ଟିପାତ ଏବଂ ଜୁନ୍ ୨୦୨୩ ପାଇଁ ମାସିକ ବୃଷ୍ଟିପାତ ସମ୍ପର୍କରେ ଆଇଏମଡି କହିଛି, “ମୌସୁମୀ ଶକ୍ତିଶାଳୀ ହେବା ପରେ ଏହା ଜୁନ୍ ୪, ୨୦୨୩ ବେଳକୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି।
ଆସନ୍ତା ସପ୍ତାହରେ ଆରବ ସାଗରରେ କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ଆଇଏମଡି ସୂଚନା ଦେଇଛି। ଯଦି ସବୁଠି ବର୍ଷାର ବଣ୍ଟନ ପ୍ରାୟ ସମାନ ହୁଏ, ତେବେ ଏହା ଏକ ଆଦର୍ଶ ପରିସ୍ଥିତି ହେବ। କୌଣସି ଅସୁବିଧା ହେବ ନାହିଁ। ଉତ୍ତର-ପଶ୍ଚିମ ଭାରତରେ ବର୍ତ୍ତମାନ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଆଇଏମଡି ଟୁଇଟ୍ କରିଛି।
ଆଇଏମଡି ର ଆକଳନ ଅନୁଯାୟୀ ଦକ୍ଷିଣ ଉପଦ୍ୱୀପ ଭାରତ, ଉତ୍ତର-ପଶ୍ଚିମ ଭାରତ, ଉତ୍ତର ଭାରତ ଏବଂ ଉତ୍ତର ପୂର୍ବ ଭାରତର କିଛି ବିଚ୍ଛିନ୍ନାଞ୍ଚଳକୁ ବାଦ୍ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ କମ୍ ମାସିକ ବର୍ଷା ହେବାର ସମ୍ଭାବନା ରହିଛି।